1.1. Diversity (ବିବିଧତା) :

  • A study of the countless organisms on the earth shows that bacteria are very small in size, so their length is expressed in micrometer (μm) units.
  • 1 μm = 10-6 meter
  • Average length of a squid = 30 meters
  • Average height of a redwood tree = 100 meters
  • Average age of a teak tree = 100 to 150 years
  • Age of a banyan tree in Kolkata Botanical Garden = more than 200 years

  • ପୃଥିବୀ ପୃଷ୍ଠରେ ଥିବା ଅସଂଖ୍ୟ ଜୀବମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବ୍ୟାକ୍ଟେରିଆ ମାନଙ୍କର ଆକାର ଅତି ଛୋଟ ହୋଇଥିବାରୁ ଏମାନଙ୍କର ଦର୍ଘ୍ୟକୁ ମାଇକ୍ରୋମିଟର (μm) ଏକକ ଦ୍ୱାରା ପ୍ରକାଶ କରାଯାଏ |
  • 1 μm = 10-6 meter
  • ତିମି ମାଛର ହାରାହାରି ଦର୍ଘ୍ୟ = 30 ମିଟର
  • ରେଡଉଡ଼ ଗଛର ହାରାହାରି ଉଚ୍ଚତା = 100 ମିଟର
  • ଶାଗୁଆନ ବା ଟିକ ଗଛର ହାରାହାରି ବୟସ = 100 ରୁ 150 ବର୍ଷ
  • କୋଲକାତା ବଟାନିକାଲ ଗାର୍ଡେନରେ ଥିବା ବଟ ବୃକ୍ଷର ବୟସ = 200 ବର୍ଷରୁ ଅଧିକ
Biodiversity in the earth.
Biodiversity in the earth.

The coexistence of different types of organisms in a natural environment with unique diversity of nature is called biodiversity or diversity in the living world / Biological diversity.

କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବ ମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା ବା ଜୈବ ବିବିଧତା ବା ଜୀବ ଜଗତର ବିବିଧତା କୁହାଯାଏ |

  • Biodiversity is currently being described as a standard due to biological evolution that has been occurring on earth for billions of years.
  • The increase in human population over time and environmental degradation are the main reasons for the extinction of many organisms.
  • It is estimated that there are more than 1.5 million species of organisms on earth.
  • In order to learn more about organisms, scientists have classified them by considering the similarities and differences between them. This method is called taxonomy or systematics.
  • By classification; It becomes easier to identify different organisms, more information is available about biodiversity, the interrelationships between organisms are known, and the distribution of organisms in different geographical areas is known.
  • Identification and classification of organisms are essential for studies related to ecology, agricultural science, public health, research, control, and implementation, etc.
  • ପୃଥିବୀରେ କୋଟି କୋଟି ବର୍ଷ ଧରି ଘଟୁଥିବା ଜୈବ ବିବର୍ତ୍ତନ ଯୋଗୁଁ ବର୍ତ୍ତମାନ ସମୟରେ ଜୈବ ବିବିଧତା ମାନ ପାରିଲିଖିତ ହେଉଅଛି |
  • ମନୁଷ୍ୟ ମାନଙ୍କର କାଳକ୍ରମେ ଜନସଂଖ୍ୟା ବୃଦ୍ଧି ତଥା ପରିବେଶର ଅବକ୍ଷୟ ଅନେକ ଜୀବଙ୍କର ବିଲୁପ୍ତିର ମୂଳ କାରଣ |
  • ପୃଥିବୀରେ ପ୍ରାୟ 15 ଲକ୍ଷରୁ ଅଧିକ ଜାତିର ଜୀବ ଥିବାର ଅନୁମାନ କରାଯାଉଛି।
  • ବୈଜ୍ଞାନିକମାନେ ଜୀବମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାପାଇଁ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀ ବିଭାଗ କରିଥିଲେ ଏହି ପଦ୍ଧତି କୁ ଟାକ୍ସୋନମି ବା ସିଷ୍ଟେମାଟିକ୍ସ କୁହାଯାଏ |
  • ଏହା ଦ୍ୱାରା ଜୈବ ବିବିଧତା ସମ୍ବଦ୍ଧରେ ଅଧିକ ତଥ୍ୟ ମିଳେ, ଜୀବମାନଙ୍କ ମଧ୍ଯରେ ଥିବା ପରସ୍ପର ସମ୍ବନ୍ଧ କଥା ଜାଣିହୁଏ ଏବଂ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କର ବିସ୍ତାର ବିଷୟରେ ଜାଣିହୁଏ |
  • ପରିବେଶ ବିଜ୍ଞାନ, କୃଷି ବିଜ୍ଞାନ ଓ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅଧୟନ, ଗବେଷଣା , ପରିଚାଳନା ଓ ପ୍ରୟୋଗ ଇତ୍ୟାଦି ଅବଗତ ନିମନ୍ତେ ଜୀବମାନଙ୍କର ଚିହ୍ନଟ ତଥା ଶ୍ରେଣୀବିଭାଗ ନିତାନ୍ତ ଆବଶ୍ୟକ।

1.2. Basic Issues in Scientific Naming (ବୈଜ୍ଞାନିକ ନାମକରଣର ମୌଳିକ ପ୍ରସଙ୍ଗ)

  • ସ୍ବିଡେନ୍‌ର ସ୍ଵନାମଧନ୍ୟ ବୈଜ୍ଞାନିକ କ୍ୟାରୋଲସ୍‌ ଲିନିୟସ୍‌ଙ୍କୁ ଉଭିଦ ଓ ପ୍ରାଣୀମାନଙ୍କର ଆଧୁନିକ ବୈଜ୍ଞାନିକ ନାମକରଣ ଓ ଶ୍ରେଣୀବିଭାଗ ପଦ୍ଧତିର ଜନକ ଜନକ ବୋଲି କୁହାଯାଏ |
  • ଏହି ପଦ୍ଧତିକୁ ସେ “ ସିଷ୍ଟେମା ନେଚୁରେ ” ନାମକ ପୁସ୍ତକରେ ପ୍ରଥମେ ଉପସ୍ଥାପନ କରିଥିଲେ |
  • ଲିନିୟସ୍‌ଙ୍କ ଦ୍ଵାରା ଉପସ୍ଥାପିତ ପ୍ରାୟ ସମସ୍ତ ନିୟମ ଅନ୍ତର୍ଜାତୀୟ ଜୈବିକ ନାମକରଣ ନିୟମାବଳୀ ଦ୍ଵାରା ଗୂହୀତ ଓ ନିୟନ୍ତ୍ରିତ |
  • ସିଷ୍ଟେମା ନେଚୁରେ ” ପୁସ୍ତକରେ ବର୍ଣ୍ଣିତ ପଦ୍ଧତି ଅନୁସାରେ ସବୁଠାରୁ କ୍ଷୁଦ୍ରତମ ବିଭାଗକୁ “ଜାତି” ବୋଲି କୁହାଯାଏ |
  • ଏହି ପଦ୍ଧତି ଥିବା କୌଣସି ଏକ ଜାତିରେ ଅନ୍ତର୍ଭୂକ୍ତ ସମସ୍ତ ଜୀବ ମାନଙ୍କର କାର୍ଯ୍ୟକଳାପ ତଥା ଗଠନ ପ୍ରାୟ ଏକାପରି |
  • ଏହି ପଦ୍ଧତି ଜୀବର ବାହ୍ୟଲକ୍ଷଣଗୁଡ଼ିକ ସହିତ ତାହାର ଶରୀରକ୍ରିୟା, କୋଷବିଜ୍ଞାନ ଓ ଭୁଣତତ୍ତ୍ଵ ଇତ୍ୟାଦି ବିଷୟ ବିଚାରକୁ ନିଆଯାଇଥାଏ |
  • ଏକ ବା ଏକାଧିକ ଜାତିକୁ ନେଇ ଗୋଟିଏ ପ୍ରଜାତି ଗଠିତ ହୋଇଥାଏ |

ଲିନିୟସ୍‌ଙ୍କ ପ୍ରବର୍ତ୍ତିତ ଦ୍ଵିପଦ ନାମକରଣ ପଦ୍ଧତିକୁ ବାଇନୋମିଆଲ ନୋମେନକ୍ଟେଚର କୁହାଯାଏ | କେତେକ ଜୀବମାନଙ୍କର ବୈଜ୍ଞାନିକ ନାମ : (ଉଦାହରଣ ସ୍ୱରୂପ ଫେଲିସ – ଜାତି, ଲିଓ – ପ୍ରଜାତି)

  • ସିଂହ – ଫେଲିସ ଲିଓ,
  • ବାଘ – ଫେଲିସ୍‌ ଟାଇଗ୍ରୀସ୍‌ ,
  • କଲରାପତରିଆ ବାଘ – ଫେଲିସ୍‌ ପାରଡସ୍‌,
  • ବିରାଡ଼ି ଓ ସମସ୍ତ ବିରାଡ଼ି ଜାତୀୟ ପ୍ରାଣୀ – ଫେଲିସ୍‌ ଡୋମାଷ୍ଟିକା,
  • ବରଗଛ – ଫାଇକସ୍‌ ବେଙ୍ଗାଲେନ୍‌ସିସ୍‌
  • ଅଶ୍ବତ୍ଥ ଗଛ – ଫାଇକସ୍‌ ରିଲିଜିଓସା
  • ମଣିଷ – ହୋମୋ ସାପିଏନ୍‌ସ

ପ୍ରଜାତିର ବୈଜ୍ଞାନିକ ନାମଟି ଲାଟିନ୍‌ ଶବ୍ଦରୁ ଆନୀତ।, କିନ୍ତୁ ଜାତି ସୂଚକ ନାମଟି ସାଧାରଣତଃ ଉକ୍ତ. ଜାତଡିଟିର ବାସସ୍ଥାନ ଅଥବା ଜୀବଟି ବିଷୟରେ ପ୍ରାଥମିକ ବର୍ଣ୍ଣନା ଦେଇଥ୍ବବା ବୈଜ୍ଞାନିକଙ୍କ ନାମ କିମ୍ବା ଜୀବର ଶାରୀରିକ ବିଶେଷ୍ୟତ୍ୱ ଉପରେ ପର୍ଯ୍ୟବସିତ।

1.3. Basis of Classification (ଶ୍ରେଣୀବିଭାଗର ଆଧାର) :

ଗ୍ରୀସ୍ର ଦାର୍ଶନିକ ଆରିଷ୍ଟୋଟଲ୍ (384-322 BC) ପ୍ରାୟ ସମୟରେ ଜୀବମାନଙ୍କର ଆବାସ ସ୍ଥଳ ଯଥା – ଜଳ, ସ୍ଥଳ ଓ ବାୟୁକୁ ଆଧାର କରି ସେମାନଙ୍କର ଶ୍ରେଣୀବିଭାଗ କରିଥିଲେ ।

ଉଦାହରଣ ସ୍ୱରୂପ: ସମୁଦ୍ରରେ କୋରାଲ (Coral), ଅକ୍ଟୋପସ୍ (Octopus) |