What is Prime Number (ମୌଳିକ ସଂଖ୍ୟା କ’ଣ?)
1 ଠାରୁ ବଡ଼ ଯେଉଁ ସ୍ୱାଭାବିକ ସଂଖ୍ୟାର କେବଳ ଦୁଇଟି ଗୁଣକ ଥାଏ, ସେଗୁଡ଼ିକୁ ମୌଳିକ ସଂଖ୍ୟା କୁହାଯାଏ।
ସେହି ଦୁଇଟି ଗୁଣକ ହେଲେ:
- 1
- ସଂଖ୍ୟାଟି ନିଜେ
ଅର୍ଥାତ୍ ଏକ ମୌଳିକ ସଂଖ୍ୟାକୁ 1 ଏବଂ ସେହି ସଂଖ୍ୟା ବ୍ୟତୀତ ଅନ୍ୟ କୌଣସି ସଂଖ୍ୟାରେ ସଂପୂର୍ଣ୍ଣ ଭାବେ ଭାଗ କରାଯାଇ ପାରେ ନାହିଁ।
Examples (ଉଦାହରଣ)
- 2 → ମୌଳିକ ସଂଖ୍ୟା
- 3 → ମୌଳିକ ସଂଖ୍ୟା
- 5 → ମୌଳିକ ସଂଖ୍ୟା
- 7 → ମୌଳିକ ସଂଖ୍ୟା
Compound Number (ଯୌଗିକ ସଂଖ୍ୟା)
ଯେଉଁ ସଂଖ୍ୟାର ଦୁଇରୁ ଅଧିକ ଗୁଣକ ଥାଏ, ସେଗୁଡ଼ିକୁ ଯୌଗିକ ସଂଖ୍ୟା କୁହାଯାଏ।
ଉଦାହରଣ:
- 4 = 1, 2, 4
- 6 = 1, 2, 3, 6
- 8 = 1, 2, 4, 8
Importance of Prime Number (ମୌଳିକ ସଂଖ୍ୟାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ)
- 2 ହେଉଛି ଏକମାତ୍ର ଜୋଡ଼ ମୌଳିକ ସଂଖ୍ୟା।
- 2 ଠାରୁ ବଡ଼ ସମସ୍ତ ମୌଳିକ ସଂଖ୍ୟା ବିଜୋଡ଼।
- ମୌଳିକ ସଂଖ୍ୟା ଅସୀମ।
- 1 ନା ମୌଳିକ ନା ଯୌଗିକ। ଏହା ଏକ ସ୍ୱତନ୍ତ୍ର ସଂଖ୍ୟା |
(List of Prime Numbers) ମୌଳିକ ସଂଖ୍ୟାର ତାଲିକା
1 ଠାରୁ 100 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
2, 3, 5, 7, 11, 13, 17, 19, 23, 29,
31, 37, 41, 43, 47, 53, 59, 61, 67, 71,
73, 79, 83, 89, 97
101 ଠାରୁ 200 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
101, 103, 107, 109, 113, 127, 131, 137, 139,
149, 151, 157, 163, 167, 173, 179, 181, 191,
193, 197, 199
201 ଠାରୁ 300 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
211, 223, 227, 229, 233, 239, 241, 251, 257,
263, 269, 271, 277, 281, 283, 293
301 ଠାରୁ 400 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
307, 311, 313, 317, 331, 337, 347, 349,
353, 359, 367, 373, 379, 383, 389, 397
401 ଠାରୁ 500 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
401, 409, 419, 421, 431, 433, 439, 443, 449,
457, 461, 463, 467, 479, 487, 491, 499
Larger Prime Numbers List (ବଡ଼ ମୌଳିକ ସଂଖ୍ୟାର ତାଲିକା)
1000 ଠାରୁ 2000 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
1009, 1013, 1019, 1021, 1031, 1033, 1039, 1049, 1051, 1061,
1063, 1069, 1087, 1091, 1093, 1097, 1103, 1109, 1117, 1123,
1129, 1151, 1153, 1163, 1171, 1181, 1187, 1193, 1201, 1213,
1217, 1223, 1229, 1231, 1237, 1249, 1259, 1277, 1279, 1283,
1289, 1291, 1297, 1301, 1303, 1307, 1319, 1321, 1327, 1361
2000 ଠାରୁ 3000 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
2003, 2011, 2017, 2027, 2029, 2039, 2053, 2063, 2069, 2081,
2083, 2087, 2089, 2099, 2111, 2113, 2129, 2131, 2137, 2141,
2143, 2153, 2161, 2179, 2203, 2207, 2213, 2221, 2237, 2239,
2243, 2251, 2267, 2269, 2273, 2281, 2287, 2293, 2297, 2309
3000 ଠାରୁ 4000 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
3001, 3011, 3019, 3023, 3037, 3041, 3049, 3061, 3067, 3079,
3083, 3089, 3109, 3119, 3121, 3137, 3163, 3167, 3169, 3181,
3187, 3191, 3203, 3209, 3217, 3221, 3229, 3251, 3253, 3257,
3259, 3271, 3299, 3301, 3307, 3313, 3319, 3323, 3329, 3331
4000 ଠାରୁ 5000 ପର୍ଯ୍ୟନ୍ତ ମୌଳିକ ସଂଖ୍ୟା
4001, 4003, 4007, 4013, 4019, 4021, 4027, 4049, 4051, 4057,
4073, 4079, 4091, 4093, 4099, 4111, 4127, 4129, 4133, 4139,
4153, 4157, 4159, 4177, 4201, 4211, 4217, 4219, 4229, 4231,
4241, 4243, 4253, 4259, 4261, 4271, 4273, 4283, 4289, 4297
How to Know a Prime Number (କୌଣସି ସଂଖ୍ୟା ମୌଳିକ କି ନୁହେଁ କିପରି ଜାଣିବେ?)
Introduction (ପଦକ୍ରମ)
- ସଂଖ୍ୟାଟି 1 ଠାରୁ ବଡ଼ କି ନାହିଁ ଯାଞ୍ଚ କରନ୍ତୁ।
- 2 ଠାରୁ ଭାଗ କରି ଯାଞ୍ଚ କରନ୍ତୁ।
- ଯଦି ସଂଖ୍ୟାଟି 1 ଏବଂ ନିଜକୁ ଛାଡ଼ି ଅନ୍ୟ କୌଣସି ସଂଖ୍ୟାରେ ସଂପୂର୍ଣ୍ଣ ଭାବେ ଭାଗ ହୁଏ, ତେବେ ଏହା ମୌଳିକ ନୁହେଁ।
- ଯଦି କୌଣସି ସଂଖ୍ୟାରେ ସଂପୂର୍ଣ୍ଣ ଭାଗ ହୁଏ ନାହିଁ, ତେବେ ସଂଖ୍ୟାଟି ମୌଳିକ।
Example : Is 29 is a prime number? (ଉଦାହରଣ: 29 କି ମୌଳିକ ସଂଖ୍ୟା?)
- 29 ÷ 2 → ସଂପୂର୍ଣ୍ଣ ଭାଗ ନୁହେଁ
- 29 ÷ 3 → ସଂପୂର୍ଣ୍ଣ ଭାଗ ନୁହେଁ
- 29 ÷ 4 → ସଂପୂର୍ଣ୍ଣ ଭାଗ ନୁହେଁ
- 29 ÷ 5 → ସଂପୂର୍ଣ୍ଣ ଭାଗ ନୁହେଁ
ଏହିପରି 29 ଏକ ମୌଳିକ ସଂଖ୍ୟା।
Uses of a Prime Number (ମୌଳିକ ସଂଖ୍ୟାର ବ୍ୟବହାର)
ମୌଳିକ ସଂଖ୍ୟା ନିମ୍ନଲିଖିତ କ୍ଷେତ୍ରରେ ବ୍ୟବହୃତ ହୁଏ:
- ଗଣିତ
- କମ୍ପ୍ୟୁଟର ଆଲଗୋରିଥମ୍
- କ୍ରିପ୍ଟୋଗ୍ରାଫି
- ସାଇବର ସୁରକ୍ଷା
- ବ୍ୟାଙ୍କିଙ୍ଗ ସୁରକ୍ଷା ବ୍ୟବସ୍ଥା
- କୋଡିଂ ଏବଂ ଏନ୍କ୍ରିପ୍ସନ୍
Difference Between Prime Number and Compound Number (ମୌଳିକ ଓ ଯୌଗିକ ସଂଖ୍ୟାର ତଫାତ)
| ମୌଳିକ ସଂଖ୍ୟା | ଯୌଗିକ ସଂଖ୍ୟା |
|---|---|
| କେବଳ ଦୁଇଟି ଗୁଣକ ଥାଏ | ଦୁଇରୁ ଅଧିକ ଗୁଣକ ଥାଏ |
| ସଂପୂର୍ଣ୍ଣ ଭାଗ ହୁଏ ନାହିଁ | ସଂପୂର୍ଣ୍ଣ ଭାଗ ହୁଏ |
| ଉଦାହରଣ: 2, 3, 5 | ଉଦାହରଣ: 4, 6, 8 |
Smallest and Largest Prime Number (ସବୁଠାରୁ ଛୋଟ ଏବଂ ବଡ଼ ମୌଳିକ ସଂଖ୍ୟା)
- ସବୁଠାରୁ ଛୋଟ ମୌଳିକ ସଂଖ୍ୟା: 2
- ସବୁଠାରୁ ବଡ଼ ମୌଳିକ ସଂଖ୍ୟା ନାହିଁ, କାରଣ ମୌଳିକ ସଂଖ୍ୟା ଅସୀମ।
Practice Questions (ଅଭ୍ୟାସ ପ୍ରଶ୍ନାବଳୀ)
Answer the questions (ବସ୍ତୁନିଷ୍ଠ ପ୍ରଶ୍ନ)
- ସବୁଠାରୁ ଛୋଟ ମୌଳିକ ସଂଖ୍ୟା କେଉଁଟି?
- 1 କି ମୌଳିକ ସଂଖ୍ୟା?
- 2 କି ଜୋଡ଼ ମୌଳିକ ସଂଖ୍ୟା?
- 15 କି ମୌଳିକ ସଂଖ୍ୟା?
- 29 ର କେତୋଟି ଗୁଣକ ଅଛି?
- 51 କି ମୌଳିକ ସଂଖ୍ୟା?
- 97 କି ମୌଳିକ ସଂଖ୍ୟା?
- 100 ଠାରୁ କମ୍ ସବୁଠାରୁ ବଡ଼ ମୌଳିକ ସଂଖ୍ୟା କେଉଁଟି?
- 2 ଠାରୁ ବଡ଼ ସମସ୍ତ ମୌଳିକ ସଂଖ୍ୟା କେମିତି ହୁଏ?
- 49 କି ମୌଳିକ ସଂଖ୍ୟା?
Fill in the Blanks (ଖାଲି ସ୍ଥାନ ପୂରଣ କର)
- ମୌଳିକ ସଂଖ୍ୟାର କେବଳ _____ ଟି ଗୁଣକ ଥାଏ।
- _____ ହେଉଛି ଏକମାତ୍ର ଜୋଡ଼ ମୌଳିକ ସଂଖ୍ୟା।
- 1 ନା ମୌଳିକ ନା _____।
- 17 ଏକ _____ ସଂଖ୍ୟା।
- 21 ଏକ _____ ସଂଖ୍ୟା।
Correct these Sentences (ସଠିକ୍ କି ଭୁଲ ଲେଖ)
- 2 ଏକ ମୌଳିକ ସଂଖ୍ୟା।
- 9 ଏକ ମୌଳିକ ସଂଖ୍ୟା।
- 11 ଏକ ମୌଳିକ ସଂଖ୍ୟା।
- 1 ଏକ ମୌଳିକ ସଂଖ୍ୟା।
- 37 ଏକ ମୌଳିକ ସଂଖ୍ୟା।
Identify the prime numbers (ନିମ୍ନଲିଖିତ ସଂଖ୍ୟାଗୁଡ଼ିକ ମଧ୍ୟରୁ ମୌଳିକ ସଂଖ୍ୟା ଚିହ୍ନଟ କର)
- 12, 13, 14, 15
- 21, 23, 25, 27
- 31, 33, 35, 39
- 41, 42, 44, 46
- 51, 53, 55, 57
Short Questions (ଛୋଟ ପ୍ରଶ୍ନ)
- ମୌଳିକ ସଂଖ୍ୟା କ’ଣ?
- ଯୌଗିକ ସଂଖ୍ୟା କ’ଣ?
- 2 କାହିଁକି ବିଶେଷ ମୌଳିକ ସଂଖ୍ୟା?
- 1 କାହିଁକି ମୌଳିକ ସଂଖ୍ୟା ନୁହେଁ?
- 25 ମୌଳିକ କି ଯୌଗିକ? କାରଣ ଲେଖ।
Conclusion (ଉପସଂହାର)
ମୌଳିକ ସଂଖ୍ୟା ଗଣିତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାର କେବଳ ଦୁଇଟି ଗୁଣକ ଥାଏ ଏବଂ ଏହା ଆଧୁନିକ ପ୍ରଯୁକ୍ତି, ସୁରକ୍ଷା ବ୍ୟବସ୍ଥା ଓ ଗଣନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ମୌଳିକ ସଂଖ୍ୟା ବିଷୟରେ ଜ୍ଞାନ ଛାତ୍ରଛାତ୍ରୀଙ’କ ତାର୍କିକ ଓ ସମସ୍ୟା ସମାଧାନ କ୍ଷମତା ବୃଦ୍ଧି କରେ।